ବ୍ୟବହୃତ ପିପିଇ କିଟ୍ ପୋଡ଼ି ନଷ୍ଟ କରିବାକୁ ଦାବି

କୋରାପୁଟ,ଏନ୍ଏନ୍ଏସ୍: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁବରଣ କରୁଥିବା କୋଭିଡ୍ ଆକ୍ରାନ୍ତଙ୍କ ଶବ ସତ୍କାର ସହରର ପୁରୁଣା ଶ୍ମଶାନରେ କରାଯାଉଛି। କର୍ମଚାରୀ ଓ ସମ୍ପର୍କୀୟମାନେ ପିପିଇ କିଟ୍ ପରିଧାନ କରି ଶବ ସତ୍କାର କରୁଛନ୍ତି। ହେଲେ ଶେଷକୃତ୍ୟ ସମ୍ପନ୍ନ ପରେ ବ୍ୟବହୃତ ପିପିଇ କିଟ ଓ ମୃତ ବ୍ୟକ୍ତିଙ୍କ ବସ୍ତ୍ର ପୋଡ଼ି ଦିଆନଯାଇ ଶ୍ମଶାନରେ ପକାଇ ଦିଆଯାଉଛି। ଏହା ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରୁଥିବା ଆଇନଜୀବୀ ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ବ୍ୟବହୃତ ପିପିଇ କିଟ୍ ପୋତା ଯିବା ଦ୍ୱାରା ସଂକ୍ରମଣ ଭୟ ରହୁଛି ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ପିପିଇ କିଟ୍ ଓ ବସ୍ତ୍ରଗୁଡ଼ିକୁ ପୋଡ଼ି ନଷ୍ଟ କରିବାକୁ ଦାବି କରିଛନ୍ତି।