ମାଲକାନଗିରିରେ ବିଶ୍ୱ ବାଇସାଇକେଲ ଦିବସ ପାଳିତ

ମାଲକାନଗିରି/କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ବାଇକର୍ସ କ୍ଲବ ତରଫରୁ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଛି। ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୧୮ ମସିହା ଠାରୁ ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁନ୍ ୩ ତାରିଖକୁ ବିଶ୍ୱ ବାଇସାଇକେଲ୍ ଦିବସ ପାଳନ କରାଯାଉଛି। ଏହି ଅବସରରେ ମାଲକାନଗିରି ଠାରେ କୋଭିଡ୍ ନିୟମକୁ ପାଳନ କରି ସ୍ଥାନୀୟ ଡିଏନକେ ଖେଳପଡିଆ ଠାରୁ ଡିଏନକେ ଛକ ପର୍ଯ୍ୟନ୍ତ ଏକ ବାଇସାଇକେଲ ରାଲି ଅନୁଷ୍ଠିତ ହୋଇଛି।

ଏହାର ଉଦ୍ଦେଶ୍ୟ ପରିବେଶ ବନ୍ଧୁତ୍ୱ ସ୍ଥାପନ କରିବା, ପ୍ରଦୂଷଣ ରୋକିବା। ସେହିପରି ବିଶ୍ୱରେ ଦେଖାଯାଇଥିବା କରୋନା ମହାମାରୀ ଠାରୁ ବଞ୍ଚିବା ପାଇଁ ପ୍ରତ୍ୟେକ ମଣିଷ ସାଇକେଲ ଚଳାଇବା ନିହାତି ଆବଶ୍ୟକ। ଏହା କରିବା ଦ୍ୱାରା ହୃଦରୋଗ, ଫୁସଫୁସ, ହାଡ, ରକ୍ତ ସକ୍ରିୟ ରହିବ। ମନୁଷ୍ୟର ଏକ ସ୍ୱାସ୍ଥ୍ୟମୟ ଜୀବନ ଯାପନ ପ୍ରଣାଳୀରେ ସହାୟକ ହୋଇଥାଏ। ଏହି ସଚେତନତା ରାଲିରେ ସମାଜ ସେବୀ ତଥା ସାମ୍ବାଦିକ ଦେବବ୍ରତ ସାନା, ଗୋପୀକୃଷ୍ଣ ପଟ୍ଟନାୟକ, ଗଣେଶ ସାହା ପ୍ରମୁଖ ସାମିଲ ହୋଇ ସାଇକେଲ ଚଳାଇ ଜୀବନ ବଞ୍ଚାଅ, ସାଇକେଲ ଚଳାଇ ସୁସ୍ଥ ରୁହ, ସାଇକେଲ ଚଳାଅ ଖର୍ଚ୍ଚ କମାଅ ସ୍ଳୋଗାନ ଦେଇ ଲୋକମାନଙ୍କୁ ସଚେତନ କରିଥିଲେ।