କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ କରୋନା ପ୍ରକୋପ ଜାରି ରହିଥିବାବେଳେ ମୈତ୍ରୀ ଇନଫ୍ରାଷ୍ଟ୍ରକଚର୍ ଏଣ୍ଡ୍ ମାଇନିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଜୟପୁର ଓ କୋରାପୁଟ କୋଭିଡ୍ ହସ୍ପିଟାଲକୁ ଶହେ ଅକ୍ସିଜେନ୍ ଫ୍ଲୋ ମିଟର ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତରଙ୍କ ଅନୁରୋଧକ୍ରମେ ମୈତ୍ରୀ ଇନଫ୍ରାଷ୍ଟ୍ରକଚର୍ ଏଣ୍ଡ୍ ମାଇନିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ଟି.ଶ୍ରୀନିଭାସ୍ ରାଓଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ଅକ୍ସିଜେନ୍ ଫ୍ଲୋ ମିଟର ହସ୍ପିଟାଲ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। କମ୍ପାନୀର ଏଚ୍ ଆର୍ ମେନେଜର୍ ଲଳିତ ବ୍ରହ୍ମାଙ୍କ ନେତୃତ୍ୱରେ ଜନସମ୍ପର୍କ ଅଧିକାରୀ ପିଲୁ ଗରଡ଼ା, ତୁଷାରକାନ୍ତ ତୁରୁକ, ପୃଷ୍ଟି ଦୁରିଆ ପ୍ରମୁଖ କୋରାପୁଟ ଓ ଜୟପୁର କୋଭିଡ୍ ହସ୍ପିଟାଲକୁ ଯାଇ ଅକ୍ସିଜେନ୍ ଫ୍ଲୋ ମିଟର୍ ପ୍ରଦାନ କରିଛନ୍ତି।
ସୂଚନାଥାଉ କି, ଗତବର୍ଷ ମଧ୍ୟ କରୋନା ସମୟରେ ମୈତ୍ରୀ ଇନଫ୍ରା ମୁଖ୍ୟ ଟି.ଶ୍ରୀନିଭାସ୍ ରାଓ ରାଜ୍ୟ ସରକାରଙ୍କୁ ୧ଲକ୍ଷ ମାସ୍କ ପ୍ରଦାନ କରିଥିବାବେଳେ କମ୍ପାନୀ ତରଫରୁ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କୋଡ଼ିଙ୍ଗାମାଳି ଖଣି ପ୍ରଭାବିତ ଅଞ୍ଚଳରେ ସାନିଟାଇଜର୍, ସାବୁନ, ମାସ୍କ ବାଣ୍ଟିବା ସହ ବିଭିନ୍ନ ଗ୍ରାମକୁ ସାନିଟାଇଜ୍ କରାଯାଇଥିଲା।