ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ ଡାକ୍ତରଙ୍କ ଉପରେ ଆକ୍ରମଣ ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ପିଲା ହସ୍ପିଟାଲରେ ମୃତ୍ୟୁବରଣ କରିବା ପରେ ଏଥିରେ ଡାକ୍ତର ସମ୍ପୃକ୍ତ ଥିବା ସନ୍ଦେହ କରି ସେମାନେ ଏହି କାଣ୍ଡ ଭିଆଇଥିଲେ।
ସୂଚନାଯୋଗ୍ୟ, ଚିକମଙ୍ଗଲୁରୁର ତରିକେରେ ପାଖରେ ସୋମବାର ଦ୍ୱିପ୍ରହରରେ ଜଣେ ଡାକ୍ତର ଖାଇବାକୁ ଯାଉଥିଲେ। ସେହି ସମୟରେ କିଛି ଲୋକ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଏବେ ଜେଲକୁ ପଠାଇ ଦିଆଯାଇଛି। ଏଥିସହିତ ପୁଲିସ ମାମଲାର ତଦନ୍ତ ଜାରି ରଖିଛି।