ନୂଆଦିଲ୍ଲୀ,ଏଜେନ୍ସି: ପୁଣି ଇତିହାସ ରଚିଲା ନିଫ୍ଟି। ନିଫ୍ଟିରେ ସାମିଲ୍ ହୋଇଥିବା କମ୍ପାନୀମାନଙ୍କ ମାର୍କେଟ୍ କ୍ୟାପ୍ ୩ ଟ୍ରିଲିୟନ୍ ଡଲାର୍ ଭାରତୀୟ ମୁଦ୍ରାରେ ପାଖାପାଖି ୨୧୭ ଲକ୍ଷ କୋଟି ପାର କରିଛି। ଗୁରବାର ସ୍ମଲ୍ କ୍ୟାପ୍ ଓ ମିଡ୍କ୍ୟାପ୍ ଷ୍ଟକ୍ରେ ବୃଦ୍ଧି ଯୋଗୁଁ ନିଫ୍ଟି ଏହି ଐତିହାସିକ ସ୍ତରକୁ ପାର କରିଛି। ସୂଚନାଯୋଗ୍ୟ ଯେ ଗତ ୨୧ ମେ’ରେ ସେନ୍ସେକ୍ସ ମଧ୍ୟ ଏହି ଐତିହାସିକ ସଫଳତା ହାସଲ କରିଥିଲା। ସମ୍ପ୍ରତି ଟିକାକରଣରେ ବୃଦ୍ଧି, କୋଭିଡ୍ ମାମଲାରେ ହ୍ରାସ ତଥା ଅନ୍ଲକ୍ର ସମ୍ଭାବନାରେ ଭାରତୀୟ ବଜାର ଉତ୍ଫୁଲ୍ଲିତ ରହିଛି।