କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହରର ୧୨ଟି କେନ୍ଦ୍ରରେ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ଥିବା ବ୍ୟକ୍ତିଙ୍କ କୋଭିଡ ଟିକାକରଣ ଆରମ୍ଭ ହୋଇଛି। ଅନଲାଇନରେ ପଞ୍ଜିକରଣ ଓ ସ୍ଲଟ ବୁକିଂ କରିଥିବା ବ୍ୟକ୍ତିମାନେ ଆଜି ଟିକା ନେଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ଦ୍ୱାରା ସହରରେ ୧୨ଟି ଟିକାକରଣ କେନ୍ଦ୍ର ଖୋଲାଯାଇଥିଲା। କୋରାପୁଟ ଟାଉନହଲ, ସରକାରୀ ବାଳିକା ହାଇସ୍କୁଲ, କୋରାପୁଟ ସାଂସ୍କୃତିକ ପରିଷଦ, ସରକାରୀ ହାଇସ୍କୁଲ, ପୁଲିସ ହସ୍ପିଟାଲ, ଗାନ୍ଧିନଗର ୟୁପିଏଚସି, ଜେଇଏଲସି ହାଇସ୍କୁଲ, ସାନଚିନ୍ଦ୍ରୀ ପ୍ରାଥମିକ ବିଦ୍ୟାଳୟ, ରଙ୍ଗବାଲିକୁମ୍ଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଳବାଇ ହସ୍ପିଟାଲ , ଓଏମପି ହସ୍ପିଟାଲ ଓ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଟିକାକରଣ କେନ୍ଦ୍ର କରାଯାଇଛି।