ପ୍ରବାସୀଙ୍କୁ ଭେଟିଲେ ମନ୍ତ୍ରୀ ପଦ୍ମିନୀ ଦିଆନ

କୋଟପାଡ଼,ଏନ୍ଏନ୍ଏସ୍: କୋଟପାଡ଼ ବିଧାୟିକା ତଥା ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ୍ କୋଟପାଡ଼ ବ୍ଲକର ବିଭିନ୍ନ ପଂଚାୟତ ଗସ୍ତ କରି ପ୍ରବାସୀ ଶ୍ରମିକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି। ମନ୍ତ୍ରୀ ପଦ୍ମିନୀ ଦିଆନ୍ କୋଟପାଡ଼ ବ୍ଲକର ଢାମଣାହାଣ୍ଡି ଏବଂ ସର୍ଗିଗୁଡ଼ାରେ ଥିବା କୋଭିଡ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଏତଦବ୍ୟତୀତ ମନ୍ତ୍ରୀ ଢାମଣାହାଣ୍ଡି ସମେତ ଘୁମୋର, ବତାସନା ପଂଚାୟତର ଅନ୍ୟାନ୍ୟ ଗ୍ରାମକୁ ଯାଇ ପ୍ରବାସୀ ଶ୍ରମିକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଗସ୍ତ କାଳରେ ମନ୍ତ୍ରୀ ଲୋକଙ୍କୁ କରୋନାରୁ ସୁରକ୍ଷିତ ରହିବାକୁ ବିଭିନ୍ନ ବାର୍ତ୍ତା ଦେଇ ସଚେତନ କରାଇବା ସହ ସାନିଟାଇଜର ଓ ମାସ୍କ ଇତ୍ୟାଦି ବାଣ୍ଟିଥିଲେ। ମନ୍ତ୍ରୀଙ୍କ ସହ କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥୀ ସରବଡୁ,ବିଜେଡି ନେତା ସନାତନ ଦାଶ, ସୁଧୀର ମହାନ୍ତି, ବ୍ଲକ୍ ସଭାପତି ଗୋପାଳ ସିଂହ ଲାଲ, ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।