ପଶ୍ଚିମବଙ୍ଗରେ ବାତ୍ୟା ୟାସ୍’ର ତାଣ୍ଡବ: ଶୁକ୍ରବାର ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବେ ମମତା ବାନାର୍ଜୀ

କୋଲକାତା,ଏଜେନ୍ସି: ବାତ୍ୟା ୟାସ୍ ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବେଶ୍ କ୍ଷତି ହୋଇଛି। ଉଭୟ ରାଜ୍ୟର ଉପକୂଳ ଅଞ୍ଚଳରେ ବାତ୍ୟା ତାଣ୍ଡବ ରଚିଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ଅନେକ ସ୍ଥାନ ବାତ୍ୟାରେ ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଦିନ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବେ। ଏହି ସମୟରେ ମମତା ପୂର୍ବ ମେଦିନାପୁର, ଦକ୍ଷିଣ ଏବଂ ଉତ୍ତର ୨୪ ପରଗନା ଅଞ୍ଚଳକୁ ଗସ୍ତ କରିବେ।

ସୂଚନା ଅନୁସାରେ ଏହି ବାତ୍ୟାରେ ପଶ୍ଚିମବଙ୍ଗର ପାଖାପାଖି ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହିତ ୩ ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଛି ଓ ୧୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି। ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଓ ଦକ୍ଷିଣ ୨୪ ପରଗନା ଅଞ୍ଚଳ ବେଶ ପ୍ରଭାବିତ ହୋଇଛି।