ବିଦ୍ୟୁତ କର୍ମଚାରୀଙ୍କ ପାଇଁ ଘୋଷଣା, ବାତ୍ୟାରେ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ପାଇବେ ୧୦ ଲକ୍ଷ

ବାଲେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ୟାସ୍ ପୂର୍ବରୁ ବିଦ୍ୟୁତ ବିଭାଗ ଏବଂ ଟାଟା ପାୱାର ଓଡ଼ିଶା ପକ୍ଷରୁ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ବାତ୍ୟା ସମୟରେ କାର୍ଯ୍ୟ କରୁଥିବା କାଜୁଆଲ ଏବଂ ଅସ୍ଥାୟୀ କର୍ମଚାରୀମାନେ ବାତ୍ୟାର ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି। ତେବେ ଏହି ସମୟରେ କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।