ମହାରାଷ୍ଟ୍ରରେ ବନ୍ଦ ହେଲା ହୋମ ଆଇସୋଲେସନ, କରୋନା ରୋଗୀ ଯିବେ କ୍ୱାରେଣ୍ଟାଇନ ସେଣ୍ଟର

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ର ସରକାର କେତେକ ଜିଲ୍ଲାରେ ହୋମ ଆଇସୋଲେସନ ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମୁଦାୟ କୋଭିଡ ସଂକ୍ରମଣର ୧୦ ପ୍ରତିଶତ ସଂକ୍ରମିତ ଯେଉଁ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସେହି ଜିଲ୍ଲାରେ ଏହି ନିୟମ ଲାଗୁ ହେବ। ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି କି ରାଜ୍ୟର ୧୮ଟି ଜିଲ୍ଲାରେ କରୋନା ମହାମାରୀର ପଜିଟିଭ ରେଟ ବହୁ ଅଧିକ ରହୁଛି। ଏନେଇ ଏହି ଜିଲ୍ଲା ଗୁଡ଼ିକରେ ହୋମ ଆଇସୋଲେସନ ସୁବିଧା ବନ୍ଦ କରାଯିବ ବୋଲି କହିଛନ୍ତି। ତେବେ ଏହି ଜିଲ୍ଲାର କୋଭିଡ ରୋଗୀଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ଯିବାକୁ ହେବ।

ଏହି ନିୟମ ସବୁ ବୟସର ଲୋକଙ୍କ ଉପରେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହିତ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି ଯେଉଁମାନେ ପୂର୍ବରୁ ହୋମ ଆଇସୋଲେସନରେ ଅଛନ୍ତି ସେମାନଙ୍କୁ ବାହାରକୁ ଆଣିବାର ଆବଶ୍ୟକ ନାହିଁ। ତେବେ ନୂଆ କରୋନା ସଂକ୍ରମିତ ଚିହ୍ନଟଙ୍କୁ ଘରେ ରହିବାକୁ ଅନୁମତି ଦିଆଯିବ ନାହିଁ। ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ଯିବାକୁ ପଡ଼ିବ।