ଟୁଲକିଟ ମାମଲା, ବିଜେପି ନେତା ସମ୍ବିତ ପାତ୍ରଙ୍କୁ ରାୟପୁର ପୁଲିସର ନୋଟିସ

ନୂଆଦିଲ୍ଲୀ,ଏଜେନ୍ସି: ଟୁଲକିଟ ମାମଲାରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ ପଠାଇଛି ରାୟପୁର ପୁଲିସ। ବିଜେପି ନେତା ସମ୍ବିତଙ୍କୁ ପଚରାଉଚୁରା ପାଇଁ ପୁଲିସ ଏହି ନୋଟିସ ଜାରି କରିଛି। ନୋଟିସରେ ସମ୍ବିତ ପାତ୍ରଙ୍କୁ ଆଜି ସଂଧ୍ୟାରେ ରାୟପୁର ଥାନାରେ ବ୍ୟକ୍ତିଗତ କିମ୍ବା ଭିସି ଜରିଆରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୋଟିସର ପାଳନ ନହେଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି ରାୟପୁର ପୁଲିସ। ସ୍ଥାନୀୟ ଏନଏସୟୁଆଇ ନେତାଙ୍କ ପକ୍ଷରୁ ସମ୍ବିତ ପାତ୍ରଙ୍କ ବିରୋଧରେ ଅଭିଯୋଗ ଦାଖଲ ହେବା ପରେ ପୁଲିସ ଏହି ନୋଟିସ ଜାରି କରିଛି। ମେ ୧୮ରେ ଏଟ ଟୁଇଟ କରି ସମ୍ବିତ ଦାବି କରିଥିଲେ ଯେ କଂଗ୍ରେସ ଟୁଲକିଟ ମୋଦୀ ଶାସନକୁ ବଦନାମ କରିବାକୁ ପ୍ରୟାସ କରୁଛି। ରାହୁଲ ଗାନ୍ଧୀ ଯେଉଁ ଟୁଇଟ କରୁଛନ୍ତି ତାହା ମଧ୍ୟ ଏହି ଟୁଲକିଟର ଏକ ଅଂଶ ବୋଲି ଦାବି କରିଥିଲେ ସମ୍ବିତ।