ପାରାଦ୍ଵୀପ,ଏନ୍ଏନ୍ଏସ୍: ପାରାଦ୍ଵୀପ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଆମୋନିୟମ ଗ୍ୟାସ ଲିକ ହୋଇ ୧୩ ଜଣ ପ୍ରଭାବିତ ହୋଇଥିବାବେଳ ୧୦ ଜଣଙ୍କୁ ପାରାଦ୍ୱୀପ ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଗୁରୁତର ୩ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତିନ ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି।
ସୂଚନା ଅନୁଯାୟୀ ପାରାଦ୍ଵୀପ ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଲକ୍ଷ୍ମୀନାରାୟଣ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଥିବା ଆମୋନିଆ ଟ୍ୟାଙ୍କରର ଏକ ଭଲବରୁ ଆମୋନିଆ ଲିକ୍ ହୋଇଥିଲା। ଏହି ଘଟଣାରେ ମୋଟ ୧୩ ଜଣ ଆମୋନିଆ ଗ୍ୟାସ ପ୍ରଭାବରେ ଆସିଥିଲେ। ସେଠାରେ କାମ କରୁଥିବା ୨ ଜଣ ମହିଳା ଜଣେ ଶିଶୁ ଏହି ଗ୍ୟାସର ପ୍ରଭାବରେ ଚେତାଶୂନ୍ୟ ହୋଇପଡିଥିଲେ। ଗୁରୁତରଙ୍କୁ ତୁରନ୍ତ କଟକ ସ୍ଥିତ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୧୦ ଜଣ ଆହତଙ୍କୁ ପାରାଦ୍ୱୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଲକ ଥାନା ପୁଲିସ ଓ ଏକ ଟେକ୍ନିକାଲ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସଙ୍ଗେ ସଙ୍ଗେ ଚିଙ୍ଗୁଡି ଫ୍ୟାକ୍ଟ୍ରିର ଭଲବକୁ ବଦଳାଇ ଦିଆଯାଇଛି।