ପାରାଦ୍ୱୀପ ଏବଂ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବା ବାତ୍ୟା ‘ୟାସ୍’

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଆହୁରି ତୀବ୍ର ହୋଇ ୨୬ ତାରିଖରେ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତି ଭୟଙ୍କର ରୂପ ନେଇ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। କାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବା ସହ ମଇ ୨୫ ତାରିଖରୁ ପବନର ବେଗ ବଢିବ। ଏହା ଉପକୂଳ ଅତିକ୍ରମ କରିବା ସମୟରେ ୧୫୫-୧୬୫ ପବନର ବେଗ ରହିବ ଏବଂ ସର୍ବାଧିକ ୧୮୫ ବେଗରେ ପବନ ବହିବାର ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ବାଲେଶ୍ୱର ବେଶି ପ୍ରଭାବିତ ହେବେ। ଯାଜପୁର, କଟକ, ମୟୂରଭଞ୍ଜରେ ବି ରହିବ ବାତ୍ୟାର ପ୍ରଭାବ। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହାସହ ସେ କହିଛନ୍ତି ଯେ ମଇ ୨୬ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାତ୍ୟାର ପ୍ରକୋପ ଅଧିକ ରହିବ। ମଇ ୨୪ ତାରିଖ ସନ୍ଧ୍ୟାରୁ ପବନର ବେଗ ୫୦ ରୁ ୬୦ କିମି ରହିବ।