ପଦ୍ମପୁର ଉପକାରାଗାରରେ ପଶିଲା କରୋନା: ୮୩ ଅନ୍ତେବାସୀ ଆକ୍ରାନ୍ତ

ବରଗଡ଼/ପଦ୍ମପୁର,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଳା ପଦ୍ମପୁର ଉପକାରାଗାରରେ ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗତ ଶୁକ୍ରବାର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଦ୍ମପୁର ଉପକାରାଗାରରେ ପ୍ରଥମେ ୩୦ ଜଣ ଅନ୍ତେବାସୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ସମସ୍ତ ୩୦ ଜଣ କରୋନା ସଂକ୍ରମିତ ଥିବା ଜଣାପଡିଥିଲା। ପରେ ଆଉ ୧୨୪ ଜଣ ଅନ୍ତେବାସୀଙ୍କ ସମେତ ଆଠ ଜଣ ଜେଲ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପଦ୍ମପୁର ଏସଡିଏମଓ ତହସିଲ ସାହୁ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଅନ୍ତେବାସୀଙ୍କ ମଧ୍ୟରୁ ପାଞ୍ଚ ଜଣ ପଦ୍ମପୁର କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ଜଣଙ୍କୁ ଅକ୍ସିଜେନ ଲଗାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ରହିଛି। ସେହିପରି ବାକି କରୋନା ସଂକ୍ରମିତଙ୍କୁ ଜେଲ ଭିତରେ ଆଇସୋଲେସନରେ ରଖାଯାଇଛି।