ଭୁବନେଶ୍ୱର,ଏନ୍ଏନ୍ଏସ୍: ବୟସ୍କଙ୍କ ଭଳି ଭିନ୍ନକ୍ଷମଙ୍କୁ ମଧ୍ୟ ‘ଡୋର ସର୍ଭିସ’ ସୁବିଧା ଯୋଗାଇ ଦିଆଯିବ। ଭୁବନେଶ୍ୱରରେ ଏଭଳି ସୁବିଧା ଯୋଗାଇ ଦିଆଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବୟସ୍କ ଲୋକଙ୍କ ଘରକୁ ଯାଇ ସାମ୍ପଲ ଅଣାଯାଉଥିଲା। ବୟସ୍କ ଲୋକଙ୍କୁ ଗାଡ଼ିରେ ଟିକାକରଣ କେନ୍ଦ୍ରକୁ ଅଣାଯାଇ ପୁଣି ଘରେ ଛଡ଼ା ଯାଉଥିଲା। ଚାଲିବାକୁ ସମ୍ପୂର୍ଣ୍ଣ ଅକ୍ଷମ ଥିବା ଭିନ୍ନକ୍ଷମଙ୍କୁ କାଲିଠୁ ନିଜ ଘରୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି କମିଶନର କହିଛନ୍ତି।