ଭୁବନେଶ୍ୱର,ଏନ୍ଏନ୍ଏସ୍: ଶନିବାର ସଟଡାଉନ ସମୟରେ ମାଷ୍ଟରକ୍ୟାଣ୍ଟିନ ଛକ, ରେଲୱେ ଷ୍ଟେସନ, ଶ୍ରୀୟା ଛକ ଓ ରାଜମହଲ ଛକରେ ଗରିବ ଲୋକଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଖାଦ୍ୟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାଗର ପଟ୍ଟନାୟକ, ଅଖିଳେଶ ଯାଦବ, ଅହମ୍ମଦ ଖାଦ, ରଞ୍ଜିତ ସେନାପତି, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ସମିୟୁଲ, ରାଜେଶ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।