ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୁଲିସ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗର ଭିନ୍ନ ଭିନ୍ନ ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୧୦ ଲିଟର ମହୁଲି ମଦ ଜବତ କରି ମଦ ନେବାରେ ବ୍ୟବହୃତ ହୋଇଥିବା ଏକ ସ୍କୁଟି ଗାଡ଼ିକୁ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ବାରିଆ ଥାନା ବର୍ଦ୍ଧନା ଗ୍ରାମର ସୁରେନ୍ଦ୍ର ମାଝୀ(୨୫) ପଞ୍ଚାନନ ମାଝୀ (୩୧) ଓ ତୁରୁମୁଙ୍ଗା ଥାନା ଅଙ୍ଗିକଳା ଗ୍ରାମର ମନୋଜ କୁମାର ପାତ୍ର(୨୭)। ମିଳିଥିବା ରିପୋର୍ଟ ମୁତାବିକ, ବାରିଆ ଥାନା ବର୍ଦ୍ଧନା ଗ୍ରାମର ପଞ୍ଚାନନ ମାଝୀ ଓ ସୁରେନ୍ଦ୍ର ମାଝୀ ସ୍କୁଟି ସାହାଯ୍ୟରେ ଅଙ୍ଗିକଳାକୁ ମଦ ନେଇ ଯାଉଥିବାବେଳେ ସେଠାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ସେହିପରି ତୁରୁମୁଙ୍ଗା ଥାନା ଅଙ୍ଗିକଳା ଗ୍ରାମର ମନୋଜ କୁମାର ପାତ୍ରଙ୍କ ଘର ନିକଟରୁ ପୁଲିସ ମହୁଲି ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଏନେଇ ତୁରୁମୁଙ୍ଗା ଥାନା ୨ଟି ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବୈଦ୍ୟନାଥ ସାହୁ ସୂଚନା ଦେଇଛନ୍ତି।