ଥିରୁଅନନ୍ତପୁରମ୍: ଲଗାତାର ଦ୍ୱିତୀୟଥର ପାଇଁ କେରଳ ମୁଖ୍ୟମନ୍ତ୍ରୀ ଭାବେ ପିନରଇ ବିଜୟନ ଶପଥ ନେଇଛନ୍ତି। ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ସେଣ୍ଟ୍ରାଲ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ୭୬ ବର୍ଷୀୟ ବିଜୟନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବିଜୟନଙ୍କ ବ୍ୟତୀତ ୨୦ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏହି ସମାରୋହରେ କରୋନା ଗାଇଡଲାଇନକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଇଛି। ବିପକ୍ଷୀ କଂଗ୍ରେସ ନୀତର ୟୁଡିଏଫ୍ ନେତା କରୋନା ଯୋଗୁ ସମାରୋହରେ ସାମିଲ ହୋଇନଥିଲେ।