ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ପୂର୍ବତନ ରଣଜୀ ଖେଳାଳୀ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି। ପ୍ରଶାନ୍ତ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏମ୍ସରେ ଚିକିତ୍ସାଧୀନ ଥିଲେ। ଚିକିତ୍ସା ପରେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା। ମାତ୍ର ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ୱେ ପ୍ରଶାନ୍ତ ଆଜି ପ୍ରାଣ ହରାଇଛନ୍ତି। ପ୍ରଶାନ୍ତଙ୍କ ଭାଇ ଯଶୋବନ୍ତଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି। ଗତ ୯ ତାରିଖରେ ପ୍ରଶାନ୍ତଙ୍କ ପିତା ରଘୁନାଥ ମହାପାତ୍ର କରୋନାରେ ପ୍ରାଣ ହରାଇଥିଲେ।
ସୂଚନାଯୋଗ୍ୟ, ପ୍ରଶାନ୍ତ ଜଣେ ଦକ୍ଷ ଅପ୍ନର ଥିଲେ। ପୂର୍ବାଞ୍ଚଳ ପାଇଁ ଦୁଲିପ ଓ ଦେଓଧର ଟ୍ରଫି ଖେଳିଥିଲେ।