ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ମିଳିବ ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡାକ୍ତର, ନର୍ସ ଓ ପାରାମେଡିକ ଷ୍ଟାଫଙ୍କ ପରିବାର ଲୋକଙ୍କୁ ଟିକା ଦିଆଯିବ। ଏନେଇ ସ୍ୱାସ୍ଥ୍ୟ ଏସିଏସ୍ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି। ଏଥିସହିତ ନିଜ ନିଜ ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଟିକା ଲଗାଇବା ପାଇଁ ନିଦ୍ଦେର୍ଶ ଦେଇଛନ୍ତି। ପରିବାର ଲୋକେ ସ୍ୱାସ୍ଥ୍ୟକର୍ମୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କୁ ଟିକା ଦିଆଯିବା ଦରକାର ବୋଲି ଏସିଏସ୍ କହିଛନ୍ତି।