୨୫ ରାଜ୍ୟର ପଞ୍ଚାୟତକୁ ୮୯୨୩.୮ କୋଟି ଟଙ୍କା କେନ୍ଦ୍ରର ଅନୁଦାନ, ଓଡ଼ିଶାକୁ ୩୩୩.୮ କୋଟି ଅନୁଦାନ

ନୂଆଦିଲ୍ଲୀ,ଏଜେନ୍ସି: ବିଭିନ୍ନ ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮୯୨୩ କୋଟି ୮୦ ଲକ୍ଷ ଟଙ୍କା ଦେଇଛନ୍ତି। ୨୫ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ଏହି ରାଶି ଖର୍ଚ୍ଚ ହେବ। ଏଥିରେ ଓଡ଼ିଶାକୁ ମିଳିବ ୩୩୩ କୋଟି ୮୦ ଲକ୍ଷ ଟଙ୍କା। ସବୁଠାରୁ ଅଧିକ ଉତ୍ତରପ୍ରଦେଶକୁ ୧୪୪୧ କୋଟି ଟଙ୍କା ଓ ମହାରାଷ୍ଟ୍ର ପାଇଁ ୮୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ଆନ୍ଧ୍ର ପ୍ରଦେଶ ପାଇଁ ୩୮୭.୮ କୋଟି, ଅରୁଣାଞ୍ଚଳ ପ୍ରଦେଶ ପାଇଁ ୩୪ କୋଟି, ଆସାମକୁ ୨୩୭.୨ କୋଟି, ବିହାରକୁ ୭୪୧.୮ କୋଟି, ଛତିଶଗଡ଼କୁ ୨୧୫ କୋଟି, ଗୁଜୁରାଟକୁ ୪୭୨.୪ କୋଟି, ହରିଆଣାକୁ ୧୮୭ କୋଟି, ହିମାଞ୍ଚଳ ପ୍ରଦେଶକୁ ୬୩.୪ କୋଟି, ଝାରଖଣ୍ଡକୁ ୨୪୯.୮ କୋଟି, କର୍ଣ୍ଣାଟକକୁ ୪୭୫.୪ କୋଟି, କେରଳକୁ ୨୪୦.୬ କୋଟି, ମଧ୍ୟପ୍ରଦେଶକୁ ୫୮୮.୮ କୋଟି, ମଣିପୁରକୁ ୨୬.୨ କୋଟି, ମିଜୋରମକୁ ୧୩.୮ କୋଟି, ପଞ୍ଜାବକୁ ୨୦୫.୨ କୋଟି, ରାଜସ୍ଥାନକୁ ୫୭୦.୮ କୋଟି, ସିକ୍କିମକୁ ୬.୨ କୋଟି, ତାମିଲନାଡୁକୁ ୫୩୩.୨ କୋଟି, ତେଲେଙ୍ଗାନାକୁ ୨୭୩ କୋଟି, ତ୍ରିପୁରାକୁ ୨୮.୨ କୋଟି, ଉତ୍ତରାଖଣ୍ଡକୁ ୮୫ କୋଟି ଓ ପଶ୍ଚିମବଙ୍ଗକୁ ୬୫୨.୨ କୋଟି ଟଙ୍କା ପାଣ୍ଠି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଯୋଗାଇ ଦେଇଥିବା ସୂଚନା ଦିଆଯାଇଛି। ଏହି ଟଙ୍କାକୁ କରୋନା ମହାମାରୀରେ ଖର୍ଚ୍ଚ କରାଯାଇପାରିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ କୁହାଯାଇଛି।