ଭାରତ ମହାସାଗରରେ ପଡ଼ିଲା ଚୀନର ଅନିୟନ୍ତ୍ରିତ ରକେଟ

ନୂଆଦିଲ୍ଲୀ,ଏଜେନ୍ସି: ଚୀନର ଏକ ରକେଟ ମହାକାଶରୁ ଖସିବା ପରେ ଏହା ଅନିୟନ୍ତ୍ରିତ ହୋଇଥିଲା। ବର୍ତ୍ତମାନ ଏହି ରକେଟଟି ଭାରତ ମହାସାଗରରେ ପଡ଼ିଛି। ଏନେଇ ଏକ ନ୍ୟୁଜ ଏଜେନ୍ସି ରଏଟର୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତ ମହାସାଗରରେ ପଡ଼ିବା ପୂର୍ବରୁ ଚୀନର ଏହି ସବୁଠୁ ବଡ଼ ରକେଟର ଅଧିକାଂଶ ଭାଗ ଜଳି ଯାଇଥିଲା।

ମହାକାଶରୁ ଖସିବା ପରେ ଯେତେବେଳେ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା ସେ ସମୟରେ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ରକେଟରେ ନିଆଁ ଲାଗିଯାଇଥିଲା। ଚୀନର ସବୁଠୁ ବଡ଼ ରକେଟ ଲଙ୍ଗ ମାର୍ଚ୍ଚ ୫ ବି ନିୟନ୍ତ୍ରଣ ହରାଇଥିଲା। ଏହାପରେ ରକେଟଟି ମହାକାଶରୁ ତଳକୁ ଖସିବାରେ ଲାଗିଥିଲା। ତେବେ ତାହା କେଉଁଠି ପଡ଼ିବ ସେ ନେଇ ମହାକାଶ ବୈଜ୍ଞାନିକମାନେ ଚିନ୍ତାରେ ଥିଲେ।