ବେଆଇନ ମଦ ଜବତ, ଜଣେ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ ପୁରୁଣାଗଡ଼ ରଥ ଦାଣ୍ଡ ସାହିରେ ବେଆଇନ ମଦ କାରବାର ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଜଣଙ୍କୁ ଗିରଫ କରି ୧୫୦ ଲିଟର ବେଆଇନ ଦେଶୀ ମଦ ଜବତ କରିଛି। ପୁଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ମୁତାବିକ, ପୁରୁଣାଗଡ଼ ରଥଦାଣ୍ଡ ସାହିର ଟାଙ୍ଗରୁ ସାହୁଙ୍କ ପୁଅ ବୁଦ୍ଧଦେବ ସାହୁ (୩୫)ନିଜ ଘରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ସୂଚନା ପାଇ ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ନିର୍ଦ୍ଦେଶରେ ଏସଆଇ ବୁଦ୍ଧରାୟ ମାଝୀ ଗତକାଲି ରାତିରେ ସଦଳବଳେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଗ୍ରାହକମାନେ ସେଠାରୁ ଖସି ଯାଇଥିବାବେଳେ ବେପାରୀ ବୁଦ୍ଧଦେବକୁ ପୁଲିସ କାବୁ କରିବା ସହ ତା’ ନିକଟରୁ ଏକ ଜର୍କିନ ମଧ୍ୟରେ ଥିବା ୧୫୦ଲିଟର ଦେଶୀ ମଦ ଜବତ କରିବା ସହ ଗିରଫ କରିଥିଲେ।