ପାଟଣାଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଆଜି ଲକଡାଉନର ତୃତୀୟ ଦିନ ହୋଇଥିବାରୁ ପାଟଣାଗଡ଼ରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଥିଲା। ସହରରେ ଦିନ ୧୨ଟା ପର୍ଯ୍ୟନ୍ତ କେବଳ ଗ୍ରୋସରୀ, ପନିପରିବା ଓ ଦୁଗ୍ଧ ଦୋକାନ ଖୋଲା ରହୁଛି। ଆଉ ଦିନ ୧୨ଟା ପରେ ଦୋକାନ ବନ୍ଦ ରହୁଥିବାବେଳେ ପୁଲିସ ତରଫରୁ ସହରରେ ପେଟ୍ରୋଲିଂ କଡ଼ାକଡ଼ି କରାଯାଉଥିବା ଦେଖିବାକୁ ମିଳୁଛି। ପୁଲିସ ପକ୍ଷରୁ ଅମାନିଆଙ୍କଠାରୁ ଫାଇନ ଆଦୟ କରାଯାଉଥିବା ମଧ୍ୟ ନଜିର ରହିଛି। ସହରବାସୀ ସରକାରଙ୍କ ଏହି ଲକଡାଉନ ଘୋଷଣାକୁ ସହଯୋଗ କରୁଥିବାରୁ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।