କରୋନାରେ ଆଖି ବୁଜିଲେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା କରୋନାରେ ଆକ୍ରାନ୍ତ ହୋଇ ଆଜି ଅପରାହ୍ନରେ ପ୍ରାଣ ହରାଇଛନ୍ତି। ଶ୍ରୀମତୀ ପଣ୍ଡା ଗତ ସୋମବାର କରୋନା ପଜିଟିଭ ଚିହ୍ନଟ ହେବାପରେ ହୋମ୍ ଆଇସୋଲେସନରେ ଥିଲେ । ହେଲେ ଗତ ଶୁକ୍ରବାର ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ହେବାରୁ ସମ୍ବଲପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଶ୍ରୀମତୀ ପଣ୍ଡାଙ୍କର ମୃତ୍ୟୁ ହୋଉଛି। ତାଙ୍କର ମୃତ୍ୟୁରେ ଝାରସୁଗୁଡାର ଶିକ୍ଷକ ସଙ୍ଘ ଶୋକ ପ୍ରକାଶ କରିବାସହ ଅମର ଆତ୍ମାର ସତଗତି କାମନା କରିଛନ୍ତି । ଅନ୍ୟପଟେ ଝାରସୁଗୁଡା ସେଣ୍ଟମେରୀ ସ୍କୁଲର କ୍ରୀଡା ଶିକ୍ଷକ ତଥା ଜିଲ୍ଲା କ୍ରୀଡା ସଂଘର ସଦସ୍ୟ ଗଡନ ଡୋସେନଙ୍କ ଆଜି ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି।