ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା, ଏନ୍ଏନ୍ଏସ୍: ଫେରିଛି କରୋନା ମହାମାରୀର ଦ୍ୱିତୀୟ ଲହର। ବିଶ୍ୱ ମହାମାରୀ କରୋନା ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ସାଧାରଣତଃ ବର୍ଷା ଋତୁକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁନ୍ ୧୬ ତାରିଖଠାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରଖାଯାଇଥାଏ। ଏହି ସମୟ ମଧ୍ୟରେ କୌଣସି ପର୍ଯ୍ୟଟକଙ୍କୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ମିଳିନଥାଏ। କିନ୍ତି ଚଳିତବର୍ଷ କରୋନା ମହାମାରୀ କାରଣରୁ ମେ ୧ରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ ମୁଖ୍ୟ ସଂରକ୍ଷକ ଯୁଗ ଦୟାନନ୍ଦ ସୂଚନା ଦେଇଛନ୍ତି।