ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଛି ବିମାନ ସେବା । ଏହି ସେବା ଆରମ୍ଭ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଟ୍ୟୁଟ୍ କରି ଓଡିଶାବାସୀଙ୍କୁ ସାଧୁବାଦ ଜଣାଇବା ସହ ଏହାଦ୍ୱାରା ଯାତ୍ରୀ, ଛାତ୍ରଛାତ୍ରୀ ତଥା ବ୍ୟବସାୟୀମାନେ ବହୁଳ ଭାବରେ ଉପକୃତ ହୋଇପରିବେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ଉତ୍ତର-ପୂର୍ବ ଭାରତ ସହ ଆକାଶ ମାର୍ଗରେ ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶା ଯୋଡ଼ି ହେବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
