ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏଣିକି ଆରଟିପିସିଆର ଟେଷ୍ଟର ନେଗେଟିଭ ରିର୍ପୋଟ ଅନଲାଇନରେ ମିଳିବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଆରଟିପରିସିଆର ଟେଷ୍ଟରେ ନେଗେଟିଭ ଆସୁଥିବା ବ୍ୟକ୍ତିଙ୍କ ରିପୋର୍ଟକୁ ଜିଲ୍ଲା ୱେବସାଇଟ jharsuguda.nic.inରେ ପ୍ରତିଦିନ ଉପଲବ୍ଧ କରାଯିବ। ଏହି ରିପୋର୍ଟକୁ ଲୋକେ ଡାଉନଲୋଡ କରି ବାହର ରାଜ୍ୟ ଯିବାପାଇଁ କିମ୍ବା ଅନ୍ୟ କୌଣସି ଆବଶ୍ୟକ ସ୍ଥାନରେ ଦେଖାଇ ପାରିବେ।
ପ୍ରକାଶ ଯୋଗ୍ୟ ଯେ, ବାହାର ରାଜ୍ୟକୁ ରେଳବାଇ ଓ ବିମାନ ଯୋଗେ ଯିବାପାଇଁ କୋଭିଡ ପରୀକ୍ଷା କରି ଏହାର ପ୍ରମାଣପତ୍ର ସାଙ୍ଗରେ ରଖିବାକୁ ପଡୁଛି। ଏଥିପାଇଁ ଝାରସୁଗୁଡାରେ ଲୋକେ ଆରଟିପସିଆର ଟେଷ୍ଟ ଓ ଏହାର ରିପୋର୍ଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲମ୍ବା ଲାଇନରେ ଛିଡ଼ା ହେଉଥିଲେ। ଏହି ସମସ୍ୟାର ସମାଧାନ ପୂର୍ବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରଟିପିସିଆର ନେଗେଟିଭ ରିର୍ପୋଟ ଟେଷ୍ଟ ଅନ୍ ଲାଇନରେ ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।