ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ସହରର ଲାଲଟିକ୍ରା ଗ୍ରୀଡ୍ ନିକଟ ରାସ୍ତା ଉପରେ ଏକ ପିପିଇ କିଟ୍ ପଡ଼ି ରହିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କରୋନା ରୋଗୀକୁ ନେବା ଆଣିବା କରୁଥିବା କୌଣସି ଏକ ଆମ୍ବୁଲାନ୍ସ ଗାଡିର କର୍ମଚାରୀ କିମ୍ବା ଡ୍ରାଇଭର ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। କିଟ୍ ପଡିଥିବା ରାସ୍ତାରେ ହଜାର ହଜାର ଲୋକେ ଯିବା ଆସିବା କରୁଥିବାରୁ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ଯାହାକୁ ନେଇ ସ୍ଥାନୀୟଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।