ପ୍ରବାସୀ ଫେରୁଛନ୍ତି, ପ୍ରସ୍ତୁତ ରୁହ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ସାରାଦେଶରେ କରୋନାର ପ୍ରକୋପ। ଏହି କରୋନା ଚେନ୍ ବ୍ରେକ୍ କରିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା ହେଲାଣି। ପ୍ରବାସୀମାନେ ଫେରିବାର ସମ୍ଭାବନା ରହିଛି ତେଣୁ ପ୍ରଶାସନିକସ୍ତରରେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବାହାର ରାଜ୍ୟରୁ ପ୍ରବାସୀ ଫେରୁଥିବାରୁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହେଲାଣି, ପ୍ରବାସୀ ଫେରିପାରନ୍ତି। ଡାଟାବେସ୍ ସହ ପୂର୍ବ ପ୍ରଟୋକଲ୍ ଲାଗୁ କରନ୍ତୁ। ଫେରନ୍ତା ସମସ୍ତ ପ୍ରବାସୀଙ୍କ କ୍ୱାରେଣ୍ଟିନ ଓ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ। କୋଭିଡ୍ ହସ୍ପିଟାଲ ଓ ସିସିସିରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ନିର୍ଦ୍ଦେଶ। ଆମ ପ୍ରସ୍ତୁତି ଅତି ଖରାପ ପରିସ୍ଥିତି ପର୍ଯ୍ୟନ୍ତ ହେବା ଦରକାର। ସବୁ ଆକ୍ରାନ୍ତ ଯେଭଳି ଚିକିତ୍ସା ସୁବିଦା ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ରହିଛନ୍ତି।