କୋରାପୁଟରେ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି ପାଳନ

କୋରାପୁଟ,ଏନ୍ନ୍୍ଏସ୍: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମଗ୍ର କୋରାପୁଟ ଜିଲ୍ଲାରେ ସଂନ୍ଧ୍ୟା ୬ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ସେଥିପାଇଁ ସଂନ୍ଧ୍ୟା ୬ ପୂର୍ବରୁ ଦୋକାନ ବଜାର ବନ୍ଦ ହେଉଥିବାବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇ ପଡୁଛି। ପ୍ରତିଦିନ ପୁଲିସ୍ ପକ୍ଷରୁ ଜନସାଧାରଣଙ୍କୁ ନାଇଟ୍ କର୍ଫ୍ୟୁ ସମ୍ପର୍କରେ ମାଇକ ଯୋଗେ ସୂଚନା ଦିଆଯିବା ସହ କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ଦିଆଯାଉଛି। କୋଭିଡ ନିୟମ ଉଲ୍ଲଙ୍ଘନ କଲେ କିମ୍ବା ମାସ୍କ ବ୍ୟବହାର ନକଲେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଚେତାବନୀ ଦିଆ ଯାଉଥିବାବେଳେ କର୍ଫ୍ୟୁ ସମୟରେ ସହରର ପ୍ରତ୍ୟେକ ଛକରେ ପୁଲିସ୍ ମୂତୟନ କରାଯାଉଛି। ମିଥ୍ୟା ଖବର ବା ଅପପ୍ରଚାରରେ ନପଡ଼ି ପ୍ରଶାସନର ସମସ୍ତ ଗାଇଡଲାଇନ ମାନି ଚଳିବାକୁ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତର୍ ଜନସାଧାରଣଙ୍କୁ ନିବେଦନ କରିଥିବାବେଳେ ଅମାନିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଜୟପୁର, କୋଟପାଡ଼, ବୋରିଗୁମ୍ମା, ସୁନାବେଡ଼ା,ସେମିଲିଗୁଡ଼ା ଓ ଦାମନଯୋଡ଼ିରେ ମଧ୍ୟ କଡ଼ାକଡ଼ି ଭାବେ ନାଇଟ କର୍ଫ୍ୟୁ ପାଳନ କରାଯାଉଛି ।