୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୪ ଗିରଫ

କୋରାପୁଟ,ଏନ୍ଏନ୍ଏସ୍ : ମାଛକୁଣ୍ଡ ପୁଲିସ ୫ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର ଜବତ କରିଛି। ଏଥିସହିତ ୪ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ଅଜୟ ପ୍ରତାପ କୋରି, ହରିଶଙ୍କର ସିଂହ, ଗୁଲାସାଦ୍ ଓ ରାହୁଲ୍ ବର୍ମା। ଏସପି ବରୁଣ ଗୁଣ୍ଟୁପାଲ୍ଲିଙ୍କ ନିର୍ଦ୍ଦେଶରେ ଚୋରା ଗଞ୍ଜେଇ ଧରପଗଡ଼ ପାଇଁ ମାଛକୁଣ୍ଡ ପୁଲିସ୍ ରାତ୍ରୀ ପଟ୍ରୋଲିଂ କରୁଥିଲା। ସେହି ସମୟରେ କାଙ୍ଗରାପଡ଼ା ନିକଟରେ ଏକ ନମ୍ବର ପ୍ଲେଟ୍ ନଥିବା କାରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ପୁଲିସ୍ କାରରୁ ୧୦୨ କିଲୋ ୪୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ବଜାର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ଅନକାଡେଲ୍ଲି ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଯାଉଥିବା ପୁଲିସ ସନ୍ଦେହ କରି ଅଧିକ ଛାନଭିନ କରୁଥିବା ଜଣାପଡ଼ିଛି।