ରାହୁଲ ଗାନ୍ଧୀ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ସେ କରୋନା ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଛି। ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ନିୟମକୁ ପାଳନ କରି ସୁରକ୍ଷିତ ରହିବା ପାଇଁ ରାହୁଲ ପରାମର୍ଶ ଦେଇଛନ୍ତି।

ରାହୁଲ କରୋନା ସଂକ୍ରମିତ ହେବା ପରେ ଲୋକମାନେ ସୋସିଆଲ ମିଡିଆ ଜରିଆରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଖୁବଶୀଘ୍ର ସୁସ୍ଥ ହେବାନେଇ କାମନା କରିଛନ୍ତି। ।