୧୨ ଫୁଟ୍ ଉଚ୍ଚର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିସ୍ଥିତ ମେଡିକାଲ ସମ୍ମୁଖରେ ଥିବା ଏସସି, ଏସଟି ଖେଳ ପଡିଆରେ ଆଜି ଡ. ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି। ଦୀର୍ଘ ୨୫ ବର୍ଷର ପ୍ରତୀକ୍ଷା ପରେ ବି ଆର ଆମ୍ବେଦକର ସ୍ମୃତି କମିଟି ତରଫରୁ ଆଜି ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ଉପଲକ୍ଷେ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପ୍ରକଳ୍ପ ଅଧିକାରୀ ବାଳମୁକୁନ୍ଦ ଭୂୟାଁ, ଉପ ଜିଲ୍ଲାପାଳ ତଥା ଏନଏସି ପ୍ରଶାସକ ରାମେଶ୍ୱର ପ୍ରଧାନ, ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରମ ଏବଂ ସମ୍ମାନିତ ଅତିଥି ଭାବେ ଏନଏସି ଇଓ କୃଷ୍ଣଚନ୍ଦ୍ର ରଥ, ଗାୟତ୍ରୀ ଦେବୀ, ଓରକେଲ ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ଗଙ୍ଗାଧର ସାଗର, ପି ଶ୍ରୀନିବାସ ରାଓ, ମଦନ ମୋହନ ଢାଲିଆ, ଜୟଦେବ ମହାନନ୍ଦିଆ, ଲକ୍ଷ୍ମୀଧର ସେଠୀ ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଭିଡ ନିୟମ କୁ ମାନି ଉପସ୍ଥିତ ଜନସାଧାରଣ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଡଃ ଆମ୍ବେଦକର ସ୍ମୃତି କମିଟି ବାଲିମେଳାର ସଭାପତି ହାଡୁ ହନ୍ତାଳଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।