ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବ- ସିଇଓ

ଭୁବେନେଶ୍ୱର,ଏନ୍ଏନ୍ଏସ୍: ଆଉ ଦୁଇଦିନ ପରେ ପିପିଲିରେ ଉପନିର୍ବାଚନ ହୋଇଥାନ୍ତା। ଏହା ପୂର୍ବରୁ କରୋନାରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ହୋଇଯାଇଛି। ତେବେ ଅଜିତଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ନେଇ ମତ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ସେ କହିଛନ୍ତି ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ନିର୍ଦ୍ଧାରଣ ହେବ । ପ୍ରାର୍ଥୀଙ୍କ ଦେହାନ୍ତ ସମ୍ପର୍କରେ ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ମିଳିବା ପରେ ଏହାକୁ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯିବ। ନିର୍ବାଚନ ଆୟୋଗ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରିବେ ।