ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆଜିଠାରୁ ଦେଶରେ ‘ଟିକା ଉତ୍ସବ’ ପାଳନ କରାଯାଉଛି। ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଦେଶରେ ଅଧିକରୁ ଅଧିକ ଟିକାକରଣ କରାଯିବ। ଟିକା ଉତ୍ସବ ସମୟରେ ଉତ୍ତରପ୍ରଦେଶ ଓ ବିହାର ଭଳି ବେଶ୍ ପ୍ରଭାବିତ ରାଜ୍ୟ ଲୋକଙ୍କୁ ଟିକା ଲଗାଇବାକୁ ଅପିଲ କରାଯାଇଛି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପିଲ କରିଛନ୍ତି ଯେ, ‘ଟିକା ଉତ୍ସବ’ ସମୟରେ ବ୍ୟାପକ ସଂଖ୍ୟାରେ ଲୋକେ ଟିକା ନିଅନ୍ତୁ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର କହିଛନ୍ତି ଯେ, ଭାରତରେ ଟିକାକରଣର ୮୫ ଦିନରେ ୧୦ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ଏଥିସହିତ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଟିକାକରଣ ଅଭିଯାନ ଚଳାଇଥିବା ଦେଶ ଭାବରେ ଉଭା ହୋଇଛି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସବୁଠାରୁ ଶୀଘ୍ର ଟିକାକରଣକୁ ଦର୍ଶାଇଥିବା ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକା ଓ ଏହି ସ୍ୱାସ୍ଥ୍ୟ ଏବଂ ଏହାକୁ କୋଭିଡ ମୁକ୍ତ ଭାରତ ଲାଗି ମଜଭୁତ ଉଦ୍ୟମ କୁହାଯାଇଛି।