Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପିପିଲିରେ ପରିବର୍ତ୍ତନର କର୍ଣ୍ଣଧାର ସାଜିବେ ମହିଳା: ଡି. ପୁରନ୍ଦେଶ୍ୱରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପିପିଲିରେ ପରିବର୍ତ୍ତନର କର୍ଣ୍ଣଧାର ସାଜିବେ ମହିଳା: ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଲଗାତାର ଦ୍ୱିତୀୟ ଦିନପାଇଁ ପିପିଲି ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ପ୍ରଚାର କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ଆଜି ବୀରପୁରୁଷୋତ୍ତମପୁର ଠାରେ ଦଳ ପକ୍ଷରୁ ବିଶାଳ ମହିଳା ସମାବେଶ ଆୟୋଜିତ ହୋଇଥିବା ବେଳେ ଏଥିରେ ଅଂଶଗ୍ରହଣ ବିଜେଡି ଏବଂ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୁରନ୍ଦେଶ୍ୱରୀ। ପିପିଲିରେ କେବଳ ଦିନରେ ତାରା ଗଣିବା ଭଳି ବିକାଶ ହୋଇଛି। ବିଜେଡି ପ୍ରାର୍ଥୀ ତାଙ୍କ ବାପାଙ୍କର କେଉଁ ଅଧୁରା ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି ତାହା ପିପିଲିବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ। ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବା ବିଜେଡି ସରକାର ପାଇଁ ପିପିଲିରେ ଏହି ମହିଳା ହିଁ ପରିବର୍ତ୍ତନର କର୍ଣ୍ଣଧାର ସାଜିବେ ବୋଲି ସେ କହିଛନ୍ତି।

ସେହିଭଳି ଏହି ମହିଳା ସମାବେଶରେ ସାମିଲ ହୋଇ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ବିଜେଡି ଶାସନ କରୁଥିବା ସତ୍ତେ୍ୱ ପିପିଲି ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ କରିପାରିଲା ନାହିଁ ବୋଲି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି। ସାରା ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। କିନ୍ତୁ ଓଡ଼ିଶାରେ ବ୍ୟାପକ ଦୁର୍ନୀତି ଚାଲିଛି। ଏଠି ବିଜେଡି ନେତା ଓ କର୍ମୀମାନେ କେନ୍ଦ୍ରୀୟ ଅର୍ଥକୁ ହଡ଼ପ କରୁଛନ୍ତି। କେତେ ଦିନ ଧରି ପିପିଲିର ମା’ ଭଉଣୀମାନେ ଏପରି ଅନ୍ୟାୟକୁ ବରଦାସ୍ତ କରିବେ। କେତେ ଦିନ ଧରି ପକ୍କା ଘର ପାଇବାରୁ ବଞ୍ଚିତ ରହିବେ। ଏଭଳି ପ୍ରସଙ୍ଗ ସବୁ ରଖି ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ସମର୍ଥନ ମାଗିଛନ୍ତି ଶ୍ରୀମତୀ ଟେଟେ।

ଅନ୍ୟପଟେ ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏହି ସମାବେଶରେ ପିପିଲିର ପୂର୍ବତନ ବିଧାୟକ ମା’ ଭଉଣୀମାନଙ୍କୁ ସୁରକ୍ଷା ଦେବା ବଦଳରେ ସେମାନଙ୍କୁ ଭୟଭୀତ କରି ରଖିଥିଲେ ବୋଲି କହିଛନ୍ତି। ସେ ଯୁକ୍ତି ରଖିଥିଲେ ଯେ ପରିବାରବାଦ ରାଜନୀତିକୁ ପ୍ରତ୍ୟାଖାନ କରାଯିବାର ଆବଶ୍ୟକତା ରହିଛି। ଅତୀତରେ ପିପିଲିର ଦିବଙ୍ଗତ ବିଧାୟକ ବିଧାନସଭାରେ ବିରୋଧୀ ମହିଳା ବିଧାୟିକାଙ୍କୁ ଅସଭ୍ୟ ଭାଷା କହିବା, ଅଶାଳୀନ ବ୍ୟବହାର କରିବା କାରଣରୁ ପିପିଲିବାସୀ ଅପମାନିତ ହୋଇଛନ୍ତି। ଆଉ ପ୍ରତାରଣାର ଶିକାର ହୁଅନ୍ତୁ ନାହିଁ ବୋଲି ସେ ଉପସ୍ଥିତ ମହିଳାଙ୍କୁ କହିଥିଲେ। ସମାନଭାବେ ୩୫ ବର୍ଷ ପରେ ପିପିଲିରେ ପରିବର୍ତ୍ତନର ସୁଯୋଗ ଆସିଛି। ଏହାକୁ ହାତଛଡା କରିବାନାହିଁ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି କାର୍ଯ୍ୟକ୍ରମରେ ଭାଗନେଇ କହିଛନ୍ତି।

ଏହି ମହିଳା ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ପୁରୀ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ସୁଷମା ବିଶ୍ୱାଳ, ଯାଜ୍ଞସେନୀ ଜେନା, କାନନବାଳା ପଟ୍ଟନାୟକ, ବବିତା ମଲ୍ଲିକ, ସ୍ଥାନୀୟ ନେତା ପ୍ରଦୀପ୍ତ ପାତ୍ର, ସନ୍ତୋଷ ମହାପାତ୍ର, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।