ମଧୂସୁଦନ ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେଲେ ପ୍ରଫେସର କମଳଜିତ୍ ସିଂହ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର କମଳଜିତ ସିଂହ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଣୀ ଲାଲ ଆସନ୍ତା ୪ ବର୍ଷ ପାଇଁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ପ୍ରଫେସର ସିଂହ ବର୍ତ୍ତମାନ ହିମାଞ୍ଚଳ ପ୍ରଦେଶର ପ୍ରାଇଭେଟ ଏଜୁକେସନାଲ ଇନଷ୍ଟିଚ୍ୟୁଟ ରେଗୁଲାଟାରୀ କମିଶନ ର ସଦସ୍ୟ ଭାବେ କାର୍ଯ୍ୟରତ ସେ ୨ଟି ପୁସ୍ତକ ଲେଖି ଥିବା ବେଳେ ଶିକ୍ଷା କ୍ଷେତ୍ରରେ ତାଙ୍କର ୨୭ ବର୍ଷର ଅଭିଜ୍ଞତା ରହିଛି । ଏଥିସହ ୨୭ଜଣ ପିଏଚଡି ସ୍କୋଲାର ଏବଂ ୧୦୦ଜଣ ଏଲଏଲଏମ୍ ଛାତ୍ରଛାତ୍ରୀଙ୍କୁ ଗାଇଡ କରିଛନ୍ତି । ତେବେ ଆସନ୍ତା ୨୭ ତାରିଖରେ ପ୍ରଫେସର ସିଂହ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।