୧୨ରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପିପିଲିରେ ଭର୍ଚୁଆଲ ପ୍ରଚାର କରିବେ। ଏନେଇ ପିପିଲି ବ୍ଲକ ଦାୟିତ୍ୱରେ ଥିବା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶୁକ୍ରବାର ଜଣାଇଛନ୍ତି।

ଶ୍ରୀ ଦାଶ ସୂଚନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ପିପିଲି ଏନଏସିର ଗୋଟିଏ ଜୋନ୍ ଏବଂ ଅନ୍ୟ ୬ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟରଙ୍କୁ ଭର୍ଚୁଆଲ ଯୋଗେ ସମ୍ବୋଧିତ କରିବେ। ଏଥିପାଇଁ ମୋଟ ୬ଟି ସ୍ଥାନରେ ଏଲଇଡିର ବ୍ୟବସ୍ଥା କରାଯିବ। ପିପିଲି ହେଉଛି ବିଜେଡିର ଗଡ଼, ଏହି ଅଞ୍ଚଳ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ବିଶେଷ ଦୃଷ୍ଟି ରହିଛି ଏବଂ ଆଗକୁ ମଧ୍ୟ ରହିବ। ମେ’ ୨ ତାରିଖରେ ପ୍ରକାଶ ପାଇବାକୁ ଥିବା ଫଳାଫଳ ନିଶ୍ଚୟ ବିଜେଡି ସପକ୍ଷରେ ଯିବ। ପୁଣି ମହାରଥୀ ଫେରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଦୃଢ଼ୋକ୍ତି ରଖିଛନ୍ତି।