ଏମ୍ସର ୩୦ ଡାକ୍ତରଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ୩୦ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଡାକ୍ତର ଲଗାତାର ଡ୍ୟୁଟି କରିବା ସହ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ। ଦିନକ ପୂର୍ବରୁ ଏମ୍ସ ହସ୍ପିଟାଲର ଓପିଡି ମଧ୍ୟ ବନ୍ଦ କରି ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ। ସେଥିମଧ୍ୟରୁ ୫ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।