ହରେକୃଷ୍ଣ ମହତାବଙ୍କ ଓଡିଶା ଇତିହାସର ହିନ୍ଦି ଅନୁବାଦର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହତବଙ୍କ ଦ୍ୱାରା ଲିଖିତ ‘ଓଡିଶା ଇତିହାସ’ ପୁସ୍ତକର ହିନ୍ଦି ଅନୁବାଦ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନପଥସ୍ଥିତ ଅମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭର୍ତ୍ତୃହରି ମହତାବ ମଧ୍ୟ ଉପସ୍ଥିତ ଥିଲେ।

ତେବେ ଏହି ପୁସ୍ତକଟି ପୁର୍ବରୁ ଓଡିଆ ଓ ଇଂରାଜିରେ ଉପଲବ୍ଧ ଥିଲାବେଳେ ଏହାର ହିନ୍ଦି ଅନୁବାଦ ବିଜେବି କଲେଜର ଅବସରପ୍ରାପ୍ତ ହିନ୍ଦି ଅଧ୍ୟାପକ ଡ. ଶଙ୍କରଲାଲ ପୁରୋହିତ କରିଛନ୍ତି। ଏହି କର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ମୋର ଏହା ସୌଭାଗ୍ୟ ଯେ ମୁ ତାଙ୍କ ଦ୍ୱାରା ଲିଖିତ ପୁସ୍ତକର ହିନ୍ଦି ଅନୁବାଦର ଉନ୍ମୋଚନର ସୁଯୋଗ ପାଇଲି।