କେରଳର ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ

କେରଳ,ଏଜେନ୍ସି: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେ ଏବେ ସମ୍ପୂର୍ଣ୍ଣ ଠିକ ଅଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ସୂଚନା ରହିଛି।

ଗତ କିଛି ସପ୍ତାହ ହେବ କେରଳରେ କୋଭିଡ ମାମଲାରେ ବୃଦ୍ଧି ଘଟିଛି। ବୁଧବାର ଦିନ ରାଜ୍ୟରେ ୩୫୦୨ ନୂତନ କୋଭିଡ-୧୯ ମାମଲା ଏବଂ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହ ରାଜ୍ୟର ମୋଟ ମାମଲା ୧୧,୦୪,୫୯୪କୁ ବୃଦ୍ଧି ପାଇଛି ଏବଂ ଟୋଟାଲ ମୃତ୍ୟୁ ସଂଖ୍ୟା ୪୭୧୦ରେ ପହଞ୍ଚିଛି।