ମୁକୁଳିଲେ କୋବ୍ରା କମାଣ୍ଡର ରାକେଶ୍ୱର ସିଂ

ଋାୟପୁର,ଏଜେନ୍ସି: ଏପ୍ରିଲ୍ ୩ ରେ ବିଜାପୁର ଆକ୍ରମଣରେ ନକ୍ସଲଙ୍କ ଦ୍ୱାରା ଅପହରଣ ହୋଇଥିବା କୋବ୍ରା ଯବାନ ରାକେଶ୍ୱର ସିଂ ମାନହସ୍ ମୁକ୍ତ ହୋଇଛନ୍ତି ବୋଲି ପୁଲିସ ସୁତ୍ରରୁ ଖବର ମିଳିଛି। ଆଜି ଅପରାହ୍ଣରେ ତାଙ୍କୁ ମୁକ୍ତ କରାଯାଇଥିବା ସୂଚନା ରହିଛି।

ଗତ ୩ ତାରିଖରେ ଛତିଶଗଡ଼ର ବିଜାପୁରରେ ପୁଲିସ ଓ ମାଓବଦୀ ମାନଙ୍କ ଭିତରେ ଘଟିଥିବା ଗୁଳିକାଣ୍ଡରେ ରାକେଶ୍ୱରଙ୍କୁ ମାଓବାଦୀ ମାନେ ଅପହରଣ କରିନେଇଥିଲେ। ଗତ ୫ ତାରିଖରେ ମାଓବାଦୀ ମାନେ ଅପହରଣ କରିଥିବା ସ୍ପଷ୍ଟ କରିଥିଲେ। ସରକାରଙ୍କ ତରଫରୁ ଲଗାତାର ତାଙ୍କୁ ଛଡାଇବା ପାଇଁ ଉଦ୍ୟମ ଜାରି ରହିଥିଲା।