ଲସି ଦୋକାନ ଭିତରକୁ ମାଡିଗଲା ତେଲ ଟ୍ୟାଙ୍କର: ଜଣେ ମୃତ, ୩ ଆହତ

କଟକ,ଏନ୍ଏନ୍ଏସ୍: ଜଗତପୁରର ଭଏରପୁର ଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଏକ ଲସି ଦୋକାନରେ ବେପାର ଚାଲିଥିବା ବେଳେ ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୋକାନ ଭିତରକୁ ମାଡିଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୩ ଜଣ ବ୍ୟକ୍ତିଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏଥିସହ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।