ଅଜଣା ଅଗାଡ଼ି ଧକ୍କାରେ ଜଣେ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ଓଭରବ୍ରିଜ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନୟାଗଡ଼ ଜିଲ୍ଲା ମଗରବନ୍ଧ ଗ୍ରାମର ଅନ୍ତର୍ଯ୍ୟାମୀ ପ୍ରଧାନ(୪୪) ବୋଲି ବେଲପାହାଡ଼ ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ ଅନ୍ତର୍ଯ୍ୟାମୀ ବ୍ରଜରାଜନଗରରୁ ବେଲପାହାଡ଼ ଆସୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ଖବର ଦେଇଛି।

ପ୍ରକାଶଯୋଗ୍ୟ ଯେ, ଅନ୍ତର୍ଯ୍ୟାମୀ ବ୍ରଜରାଜନଗର ଲମଟିବାହାଲରେ ରହି ବିଜୟଲଷ୍ମୀ ଟ୍ରାନ୍ସପୋର୍ଟରେ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କର ଏକ ଗାଡି ବେଲପାହାଡ଼ ସ୍ଥିତ ଗୋପାଳ ଲେଦରେ ମରାମତି ପାଇଁ ଦିଆଯାଇଥିଲା। ଫଳରେ ଆଜି ସେ ବାଇକ ଯୋଗେ ବେଲପାହାଡ଼କୁ ଆସୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି।