ଓଡ଼ିଶା ଆକ୍ରାନ୍ତଙ୍କ ମଧ୍ୟରେ ୩ ୟୁକେ ଷ୍ଟ୍ରେନ ସାମିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଟି ୟୁକେ ଷ୍ଟ୍ରେନ ରହିଛି। ଏନେଇ ନ୍ୟାସନାଲ କଣ୍ଟ୍ରୋଲ ଫର ଡିଜିଜ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ.କେ. ସିଂହ ସୂଚନା ପ୍ରଦାନ କରିଛନ୍ତି। ଏତଦବ୍ୟତୀତ ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୩୬ଟି ୟୁକେ, ୩୪ ଦକ୍ଷିଣ ଆଫ୍ରିକା ଓ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ରହିଛି। ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ ପଞ୍ଜାବରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।