ବରଗଡ଼,ଏନ୍ଏନ୍ଏସ୍: କୋଶଲ ଯୁବ ସମନ୍ୱୟ ସମିତି ଏବଂ ଅଲ କୋଶଲ ଷ୍ଟୁଡେଣ୍ଟ ୟୁନିୟନ ତରଫରୁ ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ ପ୍ରଦର୍ଶନ କରାଯିବ । ଆଗାମୀ ଏପ୍ରିଲ ୧ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏନେଇ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। କୋଶଲ ଯୁବ ସମନ୍ୱୟ ସମିତି ଏବଂ ଅଲ୍ କୋଶଲ ଷ୍ଟୁଡେଣ୍ଟ ୟୁନିୟନ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପଶ୍ଚିମ ଓଡିଶାର ଯୁବକ ତଥା ଛାତ୍ରମାନେ ସାମିଲ ହୋଇ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ତଥା ପାଠ୍ୟ କ୍ରମରେ ସ୍ଥାନିତ ନେଇ ବିରୋଧ ପ୍ରଦର୍ଶନ କରାଯିବ। ଏହାସହ ପଶ୍ଚିମ ଓଡିଶାର ଇତିହାସ, ଭାଷା, ସଂସ୍କୃତି ସମ୍ବନ୍ଧରେ ଅନୁସନ୍ଧାନ ଓ ଅନ୍ୱେଷଣ ପୂର୍ବକ ପାଠ୍ୟକ୍ରମରେ ସାମିଲ କରାଯିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କଠାରେ ଦାବି ଉପସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏଥିରେ କୋଶଲ ଯୁବ ସମନ୍ୱୟ ସମିତି ଏବଂ ଅଲ କୋଶଲ ଷ୍ଟୁଡେଣ୍ଟ ୟୁନିୟନର ଦିପକ ଦାଶ, ଦିପକ ରଥ, ଆକାଶ ପଣ୍ଡା, ଦିପକ ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।