ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପୁଣିଥରେ ଭାରତ ସହ ଆଲୋଚନା କରିବା ପାଇଁ ଇଚ୍ଛା ଜାହିର କରିଛନ୍ତି। ଇସଲାମାବାଦ ସିକ୍ୟୁରିଟି ଡାୟଲୋଗର ଉଦଘାଟନ ଅବସରରେ ଆଲୋଚନା ଉଭୟ ଦେଶ ପାଇଁ ଲାଭଦାୟୀ ହେବ ବୋଲି ଇମ୍ରାନ କହିଛନ୍ତି। ଏଥିଲାଗି ଇମ୍ରାନ ଗୋଟିଏ ସର୍ତ୍ତ ମଧ୍ୟ ରଖିଛନ୍ତି। ସର୍ତ୍ତ ଅନୁସାରେ ଭାରତକୁ ନିଜଆଡ଼ୁ ପ୍ରଥମେ କଥା ହେବା ପାଇଁ ପଡ଼ିବ।
ସୂଚନାଯୋଗ୍ୟ, ପାକିସ୍ତାନ ବହୁବାର ଅନେକ ମଞ୍ଚରେ ଭାରତ ସହ ଆଲୋଚନା କରିବା ପାଇଁ ଗୁହାରି କରିଛି। ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଅଣଦେଖା ସାଙ୍ଗକୁ ଚାରିପଟୁ କୁଟନୈତିକ ଚାପର ଫଳସ୍ୱରୂପ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଏବେ ସୀମାରେ ଶାନ୍ତି କଥା କହୁଛି।