ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ୧୦ ବର୍ଷ ଜେଲ୍

ମୁମ୍ବାଇ,ଏଜେନ୍ସି: ଏକ ହତ୍ୟା ଉଦ୍ୟମ ମାମଲାରେ ସ୍ଥାନୀୟ ସିବିଆଇ ଅଦାଲତ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ଛୋଟା ରାଜନକୁ ମଙ୍ଗଳବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ସମେତ ୫ ଲକ୍ଷ ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ରେ ଅଜୟ ଗୋସାଲିଆ ନାମକ ଜଣେ ବିଲ୍ଡରଙ୍କୁ ହତ୍ୟା କରିବାକୁ ଛୋଟା ରାଜନ ଓ ତାଙ୍କର ସହଯୋଗୀ ଉଦ୍ୟମ କରି ବିଫଳ ହୋଇଥିଲେ। ସୂଚନାଯୋଗ୍ୟ ଛୋଟା ରାଜନ ଅନ୍ୟ ଏକ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛି।