ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ସାନପାଖଣା ମାଟିର ସନ୍ତାନ ତଥା ପୂର୍ବତନ ମେଜର ଡାକ୍ତର ଫାଗୁରାମ ମାର୍ଣ୍ଡିଙ୍କୁ ଗାର୍ଡ ଅଫ୍ ଅନର ସହିତ ତାଙ୍କ ଜନ୍ମ ମାଟିରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି। ସୂଚନାଯୋଗ୍ୟ ଯେ, ମେଜର ଡାକ୍ତର ଫାଗୁରାମ ମାର୍ଣ୍ଡି କାର୍ଗିଲ ଯୁଦ୍ଧ ସମୟରେ କାର୍ଯ୍ୟରତ ଥିଲେ। ପରେ କମାଣ୍ଡାଣ୍ଟ (ମେଡିକାଲ) ୨୪ ବାଟାଲିୟନ ସୀମା ସୁରକ୍ଷା ବଳ ପଦରେ ଆସାମ ରାଜ୍ୟର ରଙ୍ଗିଆରେ କାର୍ଯ୍ୟରତ ଥିଲେ। ଗତ ୧୧ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ମର ଶରୀରକୁ ଆଜି ସେନାବାହିନୀର ସ୍ୱତନ୍ତ୍ର ଗାଡ଼ି ଯୋଗେ ଭୁବନେଶ୍ୱରର ରାଇରଙ୍ଗପୁର ଟାଉନ ଥାନାକୁ ଅଣାଯାଇଥିଲା।
